ଦିତୀୟ ଶାମୁୟେଲ 23 : 1 (ORV)
ଦାଉଦଙ୍କର ଶେଷ କଥା ଏହି । ଯିଶୀର ପୁତ୍ର ଦାଉଦ କହେ, ଯେ ବ୍ୟକ୍ତି ଉଚ୍ଚୀକୃତ, ଯେ ଯାକୁବର ପରମେଶ୍ଵରଙ୍କ ଅଭିଷିକ୍ତ ଓ ଇସ୍ରାଏଲର ମଧୁର ଗାୟକ, ସେ କହେ;
ଦିତୀୟ ଶାମୁୟେଲ 23 : 2 (ORV)
ମୋʼ ଦ୍ଵାରା ସଦାପ୍ରଭୁଙ୍କ ଆତ୍ମା କହିଲେ ଓ ତାହାଙ୍କର ବାକ୍ୟ ମୋʼ ଜିହ୍ଵାରେ ଥିଲା ।
ଦିତୀୟ ଶାମୁୟେଲ 23 : 3 (ORV)
ଇସ୍ରାଏଲର ପରମେଶ୍ଵର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ; ଏକ ବ୍ୟକ୍ତି ଧର୍ମରେ ଲୋକ-ମାନଙ୍କ ଉପରେ ରାଜତ୍ଵ କରିବେ, ସେ ପରମେଶ୍ଵରଙ୍କ ଭୟରେ ରାଜତ୍ଵ କରିବେ ।
ଦିତୀୟ ଶାମୁୟେଲ 23 : 4 (ORV)
ସେ ସୂର୍ଯ୍ୟୋଦୟ ସମୟର ପ୍ରାତଃକାଳୀନ ଦୀପ୍ତି ତୁଲ୍ୟ, ମେଘରହିତ ପ୍ରଭାତ ତୁଲ୍ୟ ହେବେ; ସେସମୟରେ ବୃଷ୍ଟି ଉତ୍ତାରୁ ନିର୍ମଳ କିରଣ ଦ୍ଵାରା ଭୂମିରୁ କୋମଳ ତୃଣ ଅଙ୍କୁରିତ ହୁଏ ।
ଦିତୀୟ ଶାମୁୟେଲ 23 : 5 (ORV)
ସତ୍ୟ, ମୋହର ବଂଶ ପରମେଶ୍ଵରଙ୍କ ନିକଟରେ ସେପରି ନୁହେଁ; ତଥାପି ସେ ମୋʼ ସହିତ ସର୍ବବିଷୟରେ ସୁସମ୍ପନ୍ନ ଓ ସୁରକ୍ଷିତ ଏକ ଅନନ୍ତକାଳୀନ ନିୟମ କରିଅଛନ୍ତି, ଏଣୁ ସେ ତାହା ବୃଦ୍ଧି ନ କଲେ ହେଁ ଏହା ହିଁ ଆମ୍ଭର ପରମ ପରିତ୍ରାଣ ଓ ପରମ ବାଞ୍ଛା ।
ଦିତୀୟ ଶାମୁୟେଲ 23 : 6 (ORV)
ମାତ୍ର ପାପାଧମ ସମସ୍ତେ ଉତ୍ପାଟନୀୟ କଣ୍ଟକ ସ୍ଵରୂପ, କାରଣ ସେମାନେ ହସ୍ତରେ ଧରା ଯାଇ ନ ପାରନ୍ତି;
ଦିତୀୟ ଶାମୁୟେଲ 23 : 7 (ORV)
ମାତ୍ର ଯେଉଁ ଲୋକ ସେମାନଙ୍କୁ ସ୍ପର୍ଶ କରିବ, ଲୌହ ଓ ବର୍ଚ୍ଛାଦଣ୍ତରେ ତାହାକୁ ସଜ୍ଜିତ ହେବାକୁ ହେବ; ସେମାନେ ଆପଣା ଆପଣା ସ୍ଥାନରେ ନିଃଶେଷ ରୂପେ ଅଗ୍ନିରେ ଦଗ୍ଧ ହେବେ ।
ଦିତୀୟ ଶାମୁୟେଲ 23 : 8 (ORV)
ଦାଉଦଙ୍କର ବୀରମାନଙ୍କ ନାମାବଳୀ ଏହି; ତଖମୋନୀୟ ଯୋଶେବ୍-ବଶେବତ୍, ଅର୍ଥାତ୍, ଏଜନୀୟ ଅଦିନୋ ସେନାପତିମାନଙ୍କର ପ୍ରଧାନ ଥିଲା; ସେ ଏକକାଳୀନ ହତ ଆଠ ଶହ ଲୋକର ପ୍ରତିକୂଳ ଥିଲା ।
ଦିତୀୟ ଶାମୁୟେଲ 23 : 9 (ORV)
ପୁଣି ତାହା ଉତ୍ତାରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲୀୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ବୀରଙ୍କ ମଧ୍ୟରେ ଜଣେ ଥିଲା, ସେମାନେ ଯୁଦ୍ଧାର୍ଥେ ଏକତ୍ରିତ ପଲେଷ୍ଟୀୟମାନଙ୍କୁ ଧିକ୍କାର କରନ୍ତେ ଓ ଇସ୍ରାଏଲ-ଲୋକମାନେ ପଳାନ୍ତେ,
ଦିତୀୟ ଶାମୁୟେଲ 23 : 10 (ORV)
ସେ ଉଠି ଆପଣା ହସ୍ତ କ୍ଳା; ଓ ଆପଣା ହସ୍ତ ଖଡ଼୍‍ଗରେ ଜଡ଼ିତ ହେବା ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ବଧ କଲା; ପୁଣି ସେଦିନ ସଦାପ୍ରଭୁ ମହା ଜୟ ସାଧନ କଲେ; ଆଉ ଲୋକମାନେ କେବଳ ଲୁଟିବାକୁ ତାହାର ପଶ୍ଚାତ୍ଗାମୀ ହେଲେ ।
ଦିତୀୟ ଶାମୁୟେଲ 23 : 11 (ORV)
ପୁଣି ତାହା ଉତ୍ତାରେ ହରାରୀୟ ଆଗିର ପୁତ୍ର ଶମ୍ମ । ଏକ ସମୟରେ ପଲେଷ୍ଟୀୟମାନେ କୌଣସି ମସୂରପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୁଅନ୍ତେ, ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରୁ ପଳାଇଲେ ।
ଦିତୀୟ ଶାମୁୟେଲ 23 : 12 (ORV)
ମାତ୍ର ଶମ୍ମ ସେହି କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା; ତହିଁରେ ସଦାପ୍ରଭୁ ମହା ଜୟ ସାଧନ କଲେ ।
ଦିତୀୟ ଶାମୁୟେଲ 23 : 13 (ORV)
ଆଉ ତିରିଶ ଜଣ ପ୍ରଧାନଙ୍କ ମଧ୍ୟରୁ ତିନି ଜଣ ଶସ୍ୟଚ୍ଛେଦନ ସମୟରେ ଅଦୁଲ୍ଲମ ଗୁମ୍ପାକୁ ଦାଉଦଙ୍କ କତିକି ଆସିଥିଲେ; ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳଭୂମିରେ ଛାଉଣି ସ୍ଥାପନ କରିଥିଲେ ।
ଦିତୀୟ ଶାମୁୟେଲ 23 : 14 (ORV)
ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳ ବେଥ୍ଲିହିମ୍ରେ ଥିଲେ ।
ଦିତୀୟ ଶାମୁୟେଲ 23 : 15 (ORV)
ଏଉତ୍ତାରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, ଆଃ, କେହି ବେଥ୍ଲିହିମ୍-ନଗରଦ୍ଵାର ନିକଟସ୍ଥ କୂପ-ଜଳ ପାନ କରିବାକୁ ମୋତେ ଦିଅନ୍ତା କି!
ଦିତୀୟ ଶାମୁୟେଲ 23 : 16 (ORV)
ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟ ଦେଇ ପଶି ଯାଇ ବେଥ୍ଲିହିମ୍-ନଗରଦ୍ଵାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ସେ ତହିଁରୁ ପାନ କରିବାକୁ ସମ୍ମତ ନୋହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳି ଦେଲେ ।
ଦିତୀୟ ଶାମୁୟେଲ 23 : 17 (ORV)
ପୁଣି ସେ କହିଲେ, ହେ ସଦାପ୍ରଭୋ, ମୁଁ ଯେ ଏ କର୍ମ କରିବି, ଏହା ମୋʼଠାରୁ ଦୂର ହେଉ; ପ୍ରାଣପଣରେ ଗମନକାରୀ ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? ଏଣୁ ସେ ତାହା ପାନ କରିବାକୁ ସମ୍ମତ ନୋହିଲେ । ଏହି ସକଳ କର୍ମ ସେହି ତିନି ବୀର କରିଥିଲେ ।
ଦିତୀୟ ଶାମୁୟେଲ 23 : 18 (ORV)
ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା । ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା, ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା ।
ଦିତୀୟ ଶାମୁୟେଲ 23 : 19 (ORV)
ଏହି ତିନିଙ୍କ ମଧ୍ୟରେ ସେ କʼଣ ଅତ୍ୟ; ମର୍ଯ୍ୟାଦାପନ୍ନ ନ ଥିଲା? ଏହେତୁ ସେ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା ।
ଦିତୀୟ ଶାମୁୟେଲ 23 : 20 (ORV)
ଆଉ ପରାକ୍ରା; କର୍ମକାରୀ କବ୍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର, ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା ।
ଦିତୀୟ ଶାମୁୟେଲ 23 : 21 (ORV)
ଆହୁରି ସେ ଏକ ଜଣ ମିସ୍ରୀୟ ରୂପବାନ ପୁରୁଷକୁ ବଧ କଲା ଓ ସେହି ମିସ୍ରୀୟ ଆପଣା ହସ୍ତରେ ବର୍ଚ୍ଛା ଧରିଥିଲା; ତଥାପି ବନାୟ ଏକ ଯଷ୍ଟି ନେଇ ତାହା କତିକି ଗଲା ଓ ସେହି ମିସ୍ରୀୟ ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା ।
ଦିତୀୟ ଶାମୁୟେଲ 23 : 22 (ORV)
ଯିହୋୟାଦାର ପୁତ୍ର ବନାୟ ଏହି ସକଳ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା ।
ଦିତୀୟ ଶାମୁୟେଲ 23 : 23 (ORV)
ସେ ତିରିଶ ଜଣ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ ଦଳ ଉପରେ ନିଯୁକ୍ତ କଲେ ।
ଦିତୀୟ ଶାମୁୟେଲ 23 : 24 (ORV)
ଯୋୟାବର ଭ୍ରାତା ଅସାହେଲ ଉକ୍ତ ତିରିଶ ଜଣ ମଧ୍ୟରେ ଜଣେ ଥିଲା; ବେଥ୍ଲିହିମ୍ସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍;
ଦିତୀୟ ଶାମୁୟେଲ 23 : 25 (ORV)
ହରୋଦୀୟ ଶମ୍ମ, ହରୋଦୀୟ ଇଲୀକା;
ଦିତୀୟ ଶାମୁୟେଲ 23 : 26 (ORV)
ପଲ୍ଟୀୟ ହେଲସ, ତକୋୟୀୟ ଇକ୍କୋଶର ପୁତ୍ର ଈରା;
ଦିତୀୟ ଶାମୁୟେଲ 23 : 27 (ORV)
ଅନାଥୋତୀୟ ଅବୀୟେଷର, ହୂଶାତୀୟ ମବୁନ୍ନୟ;
ଦିତୀୟ ଶାମୁୟେଲ 23 : 28 (ORV)
ଅହୋହୀୟ ସଲ୍ମୋନ୍, ନଟୋଫାତୀୟ ମହରୟ;
ଦିତୀୟ ଶାମୁୟେଲ 23 : 29 (ORV)
ନଟୋଫାତୀୟ ବାନାର ପୁତ୍ର ହେଲବ, ବିନ୍ୟାମୀନ ବଂଶୀୟ ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ;
ଦିତୀୟ ଶାମୁୟେଲ 23 : 30 (ORV)
ପିରୀୟାଥୋନୀୟ ବନାୟ, ଗାଶ୍-ନଦୀତୀର ନିବାସୀ ହିଦ୍ଦୟ;
ଦିତୀୟ ଶାମୁୟେଲ 23 : 31 (ORV)
ଅର୍ବତୀୟ ଅବିୟେଲ୍ବୋନ, ବରହୂମୀୟ ଅସ୍ମାବତ୍;
ଦିତୀୟ ଶାମୁୟେଲ 23 : 32 (ORV)
ଶାଲ୍ବୋନୀୟ ଇଲୀୟହବା, ଯାଶେନ୍ର ପୁତ୍ରଗଣ, ଯୋନାଥନ;
ଦିତୀୟ ଶାମୁୟେଲ 23 : 33 (ORV)
ହରାରୀୟ ଶମ୍ମ, ହରାରୀୟ ଶାରରର ପୁତ୍ର ଅହୀୟାମ;
ଦିତୀୟ ଶାମୁୟେଲ 23 : 34 (ORV)
ମାଖାତୀୟର ପୌତ୍ର ଅହସ୍ବୟର ପୁତ୍ର ଇଲୀଫେଲଟ୍, ଗୀଲୋନୀୟ ଅହୀଥୋଫଲର ପୁତ୍ର ଇଲୀୟାମ;
ଦିତୀୟ ଶାମୁୟେଲ 23 : 35 (ORV)
କର୍ମିଲୀୟ ହିଷ୍ରୟ, ଅର୍ବୀୟ ପାରୟ;
ଦିତୀୟ ଶାମୁୟେଲ 23 : 36 (ORV)
ସୋବା ନିବାସୀ ନାଥନର ପୁତ୍ର ଯିଗାଲ, ଗାଦୀୟ ବାନୀ;
ଦିତୀୟ ଶାମୁୟେଲ 23 : 37 (ORV)
ଅମ୍ମୋନୀୟ ସେଲକ, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବରୋତୀୟ ନହରୟ;
ଦିତୀୟ ଶାମୁୟେଲ 23 : 38 (ORV)
ଯିତ୍ରୀୟ ଈରା, ଯିତ୍ରୀୟ ଗାରେବ୍;
ଦିତୀୟ ଶାମୁୟେଲ 23 : 39 (ORV)
ହିତ୍ତୀୟ ଊରୀୟ; ସର୍ବସୁଦ୍ଧା ସଇଁତିରିଶ ଜଣ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39

BG:

Opacity:

Color:


Size:


Font: